ଯୀଶୁଙ୍କ ମାଧ୍ୟମରେ କ୍ଷମାର ଶକ୍ତି
ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ।
— ଲୂକ ୨୩:୩୪
ଯୀଶୁ ହେଉଛନ୍ତି ଏକମାତ୍ର ବାସ୍ତବ ବଳି , ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ପାପରହିତ । ସେ କେବେ କିଛି ଭୁଲ କରି ନ ଥିଲେ କିମ୍ବା କୌଣସି ପ୍ରଲୋଭନ ଆଗରେ କେବେ ବି ହାର ମାନି ନ ଥିଲେ । ଯଦିଓ ସେ ସଂପୂର୍ଣ୍ଣ ସିଦ୍ଧ ଥିଲେ, ତଥାପି ଲୋକମାନେ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କଲେ ଏବଂ ତାଙ୍କୁ ବଧ କରିଥିଲେ। କିନ୍ତୁ ଯୀଶୁ ପ୍ରତିହିଂସା କଲେ ନାହିଁ କିମ୍ବା ପ୍ରତିଶୋଧ ନେଲେ ନାହିଁ । ବରଂ ଯେଉଁମାନେ ତାଙ୍କୁ ଆଘାତ ଦେଲେ, ସେମାନଙ୍କୁ କ୍ଷମା କରିଦେଲେ।
ଆପଣମାନେ ଭାବିପାରନ୍ତି ଯେ, ଯୀଶୁଙ୍କ ପାଇଁ କ୍ଷମା କରିବା ସହଜ କାରଣ ସେ ଜାଣିଥିଲେ ଯେ, ତାଙ୍କର ମିଶନକାର୍ଯ୍ୟ ପୂରଣ କରିବା ପାଇଁ ତାଙ୍କୁ ମୃତ୍ୟୁଭୋଗ କରିବାକୁ ପଡ଼ିବ । କିନ୍ତୁ ବାଇବଲ ଆମକୁ କହେ ଯେ ଆମେ ଯୀଶୁଙ୍କ ଉଦାହରଣ ଅନୁସରଣ କରିବା ଉଚିତ ଏବଂ ଏପରିକି ଆମେ ଦୁଃଖ ଭୋଗୁଥିବା ସମୟରେ ମଧ୍ୟ ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍ ।
ଯୀଶୁ ଯେତେବେଳେ କ୍ରୁଶ ଉପରେ ଥିଲେ, ସେତେବେଳେ ଯୀଶୁ ତାଙ୍କୁ ଆଘାତ ଦେଇଥିବା ଲୋକମାନଙ୍କ ନିମନ୍ତେ କ୍ଷମା ପ୍ରାର୍ଥନା କରିଥିଲେ। ସେମାନଙ୍କୁ କ୍ଷମା କରିବାକୁ ସେ ପରମେଶ୍ୱରଙ୍କ ନିକଟରେ ଅନୁରୋଧ କଲେ କାରଣ ସେମାନେ କ'ଣ କରୁଛନ୍ତି ତାହା ବୁଝି ପାରି ନ ଥିଲେ ।
ଯୀଶୁଙ୍କ କ୍ଷମା ପ୍ରାର୍ଥନା କେବଳ ସେଦିନ ସେଠାରେ ଥିବା ଲୋକଙ୍କ ପାଇଁ ନ ଥିଲା । ମାତ୍ର ଏହା ସମସ୍ତଙ୍କ ପାଇଁ ଥିଲା ଯେଉଁମାନେ ପରବର୍ତ୍ତୀ ସମୟରେ ତାଙ୍କ ଉପରେ ବିଶ୍ୱାସ କରିବେ ସେମାନେ ମଧ୍ୟ କ୍ଷମା ପ୍ରାପ୍ତ ହେବେ ।
ଆମ୍ଭମାନଙ୍କର ପାପ ଯୀଶୁଙ୍କୁ କ୍ରୁଶରେ ଟଙ୍ଗାଇଥିଲା, ତେଣୁ ଯେଉଁମାନେ ଯୀଶୁଙ୍କୁ କଣ୍ଟାବିଦ୍ଧ ଆମ୍ଭେମାନେ ସେମାନଙ୍କ ପରି ଦୋଷୀ ଅଟୁ । କିନ୍ତୁ ଯୀଶୁଙ୍କର କ୍ଷମା ତାହାଙ୍କ ନିକଟକୁ ଆସୁଥିବା ସମସ୍ତଙ୍କୁ ମୁକ୍ତ ଭାବରେ ଅର୍ପଣ କରାଯାଏ ।
ଯେଉଁମାନେ ଆମକୁ କ୍ଷତି ପହଞ୍ଚାଇଛନ୍ତି ସେମାନଙ୍କୁ କ୍ଷମା କରିବା ଏକ ଆହ୍ୱାନ ମୂଳକ କାର୍ଯ୍ୟ ହୋଇପାରେ । ତଥାପି, ଯେତେବେଳେ ଆମେ ତିକ୍ତତା ଛାଡି କ୍ଷମା ଦେଇଥାଉ, ସେତେବେଳେ ଆମେ ନିଜଠାରେ ଆଭ୍ୟନ୍ତରୀଣ ଶାନ୍ତି ଅନୁଭବ କରିଥାଉ । କ୍ଷମାର ଏହି କାର୍ଯ୍ୟ ଆମେ କ୍ଷମା କରୁଥିବା ବ୍ୟକ୍ତିଙ୍କୁ ଲାଭ ଦେଇଥାଏ ଏବଂ କ୍ରୋଧ ଏବଂ ନକାରାତ୍ମକତାକୁ ଧରି ରଖିବାର ବୋଝରୁ ଆମକୁ ମୁକ୍ତ କରିଥାଏ | ସେମାନଙ୍କୁ କ୍ଷମା କରନ୍ତୁ !
PRAYER
ପ୍ରଭୁ ଯୀଶୁ, ଆପଣଙ୍କର କ୍ଷମା ପାଇଁ ଧନ୍ୟବାଦ, ଯେତେବେଳେ ମୁଁ ତାହାର ଯୋଗ୍ୟ ନଥିଲି। ମୋତେ ଗୃହଣ କରିବା ପରି, ମୋ ଉପରେ ଅନୁଗ୍ରହ ଦିଅନ୍ତୁ ଯାହା ଦ୍ୱାରା ମୁଁ ଅନ୍ୟମାନଙ୍କୁ କ୍ଷମା କରିପାରିବି। ମୁଁ କ୍ଷମା କଲେ ମୋ ହୃଦୟ ଶାନ୍ତିରେ ପୂର୍ଣ୍ଣ ହେଉ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
