ଈଶ୍ଵରଙ୍କ ଯୋଜନା ଉପରେ ବିଶ୍ୱାସର ଶକ୍ତି
ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ ।
— ହିତୋପଦେଶ ୩:୫
ଆପଣ କେବେ ନିଜ ଜୀବନ ପାଇଁ ପରମେଶ୍ୱରଙ୍କ ଯୋଜନା ଉପରେ ପ୍ରଶ୍ନ କରିଛନ୍ତି କି? ଆପଣ ଭାବୁଛନ୍ତି କି କାହିଁକି ଏପରି କିଛି ବିଷୟ ଘଟେ ଏବଂ ଏହା ପଛର ଉଦ୍ଦେଶ୍ୟ କ'ଣ? ନିଜ ବିବେଚନାରେ ଛନ୍ଦି ହୋଇଯାଇ ଭୁଲିଯିବା ସହଜ ଯେ, ପରମେଶ୍ୱରଙ୍କ ମାର୍ଗ ଆମ ଠାରୁ ଉଚ୍ଚ। ବାଇବଲ ଆମକୁ କହେ , "ତୁମ୍ଭେ ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ଵାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ" (ହିତୋପଦେଶ ୩:୫)।
ଆମେ କାହିଁକି ଈଶ୍ଵରଙ୍କୁ ସମ୍ପୂର୍ଣ୍ଣ ବିଶ୍ୱାସ କରିବା? କାରଣ ତାଙ୍କ ଯୋଜନା ସବୁବେଳେ ଆମ ଠାରୁ ଉତ୍ତମ। ଯିରିମୀୟ ୨୯:୧୧ କହେ, " କାରଣ ସଦାପ୍ରଭୁ କହନ୍ତି, ତୁମ୍ଭମାନଙ୍କ ପକ୍ଷରେ ଆମ୍ଭେ ଯେ ସକଳ ସଙ୍ଗଳ୍ପ କରିଅଛୁ, ତାହା ଆମ୍ଭେ ଜାଣୁ, ତୁମ୍ଭମାନଙ୍କର ଅନ୍ତିମ କାଳରେ ତୁମ୍ଭମାନଙ୍କୁ ଭରସା ଦେବା ନିମନ୍ତେ ସେସବୁ ଅମଙ୍ଗଳର ନୁହେଁ, ମଙ୍ଗଳର ସଙ୍କଳ୍ପ ଅଟେ। ଏହି ପ୍ରତିଜ୍ଞା ଆମକୁ ସ୍ମରଣ କରାଇ ଦିଏ ଯେ ଈଶ୍ଵର ସର୍ବଦା ଆମର ମଙ୍ଗଳ ପାଇଁ କାର୍ଯ୍ୟରତ, ଯଦିଓ ଆମେ ଏହାକୁ ଦେଖିପାରୁନାହୁଁ ।
ଆପଣ ବର୍ତ୍ତମାନ ଏକ କଠିନ ପରିସ୍ଥିତି ସହ ସଂଘର୍ଷ କରୁଛନ୍ତି କି? ବାହାରି ଆସିବାରକୌଣସି ଉପାୟ ନାହିଁ ବୋଲି ଅନୁଭବ କରୁଛନ୍ତି କି? ଯିଶାଇୟ ୪୧:୧୦ ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ ଉତ୍ସାହିତ କରେ: " ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ; ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ଵର; ଆମ୍ଭେ ତୁମ୍ଭକୁ ସବଳ କରିବା; ହଁ, ଆମ୍ଭେ ତୁମ୍ଭର ସାହାଯ୍ୟ କରିବା; ହଁ, ଆମ୍ଭେ ଆପଣା ଧର୍ମସ୍ଵରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା। ଆମର ଅନ୍ଧକାର ମୁହୂର୍ତ୍ତରେ ମଧ୍ୟ ଈଶ୍ଵରଙ୍କ ଉପସ୍ଥିତି ଏବଂ ସମର୍ଥନ ସର୍ବଦା ଆମ ସହିତ ଅଛି ।
ତେଣୁ, ଆମେ କିପରି ଆମର ଦୈନନ୍ଦିନ ଜୀବନରେ ଏହି ବିଶ୍ୱାସ ସୃଷ୍ଟି କରିପାରିବା? ପ୍ରାର୍ଥନାରେ ତାଙ୍କୁ ଅନ୍ଵେଷଣ କରିବା ଏବଂ ତାଙ୍କ ବାକ୍ୟ ଅଧ୍ୟୟନ କରିବା ଦ୍ୱାରା। ଫିଲିପ୍ପୀୟ ୪:୬-୭ ଆମକୁ ମନେ ପକାଇ ଦିଏ, " କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ଵରଙ୍କ ନିକଟରେ ଜଣାଅ। ସେଥିରେ ସମସ୍ତ ବୋଧର ଅଗମ୍ୟ ଯେ ଈଶ୍ଵରଙ୍କ ଶାନ୍ତି, ତାହା ତୁମ୍ଭମାନଙ୍କର ହୃଦୟ ଓ ମନକୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁରକ୍ଷା କରି ରଖିବ। ପ୍ରାର୍ଥନା ଏବଂ ଶାସ୍ତ୍ର ମାଧ୍ୟମରେ, ପରମେଶ୍ୱର ନିୟନ୍ତ୍ରଣରେ ଅଛନ୍ତି ବୋଲି ଜାଣି ଆମେ ଶାନ୍ତି ଏବଂ ମାର୍ଗଦର୍ଶନ ପାଇଥାଉ ।
PRAYER
ପିତା, ଯଦିଓ ମୁଁ ବୁଝିପାରୁନାହିଁ, ତଥାପି ମୁଁ ଆପଣଙ୍କ ଯୋଜନାରେ ଭରସା କରୁଛି। ମୁଁ ଆପଣଙ୍କ ପ୍ରତିଶୃତିରେ ବିଶ୍ରାମ କରେ ଓ ଆଶା ବହି କରେ ଯେ ଆପଣ ସଦା ମୋ ସହିତ ଅଛନ୍ତି।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
