"ସେଠାରେ" ନାମକ ତୁମ ସ୍ଥାନକୁ ଆବିଷ୍କାର କରିବା
ଏଲୀୟ ଆମ୍ଭମାନଙ୍କ ପରି ସୁଖଦୁଃଖଭୋଗୀ ମନୁଷ୍ୟ ଥିଲେ; ବୃଷ୍ଟି ନ ହେବା ନିମନ୍ତେ ସେ ଏକାନ୍ତ ଚିତ୍ତରେ ପ୍ରାର୍ଥନା କଲେ, ଆଉ ତିନି ବର୍ଷ ଛଅ ମାସ ପର୍ଯ୍ୟନ୍ତ ଦେଶରେ ବୃଷ୍ଟି ହେଲା ନାହିଁ
— ଯାକୁବ ୫:୧୭
ଆପଣ ଈଶ୍ଵରଙ୍କ ଦ୍ୱାରା ବ୍ୟବହାର ନିମନ୍ତେ ସେତେ ଭଲ ନୁହଁନ୍ତି ଭାବି ଆପଣ କେବେ ନିରୁତ୍ସାହିତ କିମ୍ବା ଅଭିଭୂତ ଅନୁଭବ କରିଛନ୍ତି କି? ସାହସ ଧରନ୍ତୁ କାରଣ ଏଲୀୟଙ୍କ ପରି ବିଶ୍ୱାସର ମହାନ୍ ବ୍ୟକ୍ତିଗଣ ମଧ୍ୟ ସେହିପରି ସଂଘର୍ଷର ସମ୍ମୁଖୀନ ହୋଇଥିଲେ। ତାଙ୍କର ଅସିଦ୍ଧତା ସତ୍ତ୍ୱେ, ପରମେଶ୍ୱର ତାଙ୍କୁ ଶକ୍ତିଯୁକ୍ତ ଭାବରେ ଆଶ୍ଚର୍ଯ୍ୟକର୍ମ ଏବଂ ଉଦ୍ଦୀପନା ନିମନ୍ତେ ବ୍ୟବହାର କରିଥିଲେ। ଏଲୀୟଙ୍କ ଜୀବନରୁ ଆମେ ଏହି ମୂଲ୍ୟବାନ ଶିକ୍ଷା ଗ୍ରହଣ କରିପାରିବା ।
ଏଲୀୟଙ୍କ ପ୍ରଭାବ ତାଙ୍କ ପୃଷ୍ଠଭୂମି କିମ୍ବା ଶିକ୍ଷାରୁ ଆସି ନ ଥିଲା; ଏହା ପରମେଶ୍ୱରଙ୍କ ଠାରୁ ଏକ ପ୍ରକାଶମାନରୁ ଆସିଛି। ଅନୁରୂପ ଭାବରେ, ବିଶ୍ୱାସୀ ଭାବରେ, *ଆମେ ପୁନର୍ଜନ୍ମ କିମ୍ବା ତାଙ୍କ ସହିତ ସମ୍ପର୍କ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରକାଶମାନ ପାଇଥାଉ। ଏହି ପ୍ରକାଶମାନ ଆମକୁ ଅନ୍ୟମାନଙ୍କୁ ପ୍ରଭାବିତ କରିବାକୁ ସଶକ୍ତ କରେ ।ଈଶ୍ଵର ଆମକୁ ଯେଉଁ ସତ୍ୟ ଦେଖାଇଛନ୍ତି ତାହା ଆମେ ସାହସର ସହ କହୁଛୁ କି? ମନେରଖନ୍ତୁ , ପରମେଶ୍ୱରଙ୍କ ପ୍ରତିଜ୍ଞା ସମୂହର ପ୍ରମାଣ ଦେଖିବା ପୂର୍ବରୁ ଏଲୀୟ ବିଶ୍ୱାସ ଏବଂ ସାହସର ସହ କଥା କହିଥିଲେ।
ପରମେଶ୍ୱରଙ୍କ ବାକ୍ୟ ପ୍ରତି ଏଲୀୟଙ୍କ ଆନୁଗତ୍ୟ ତାଙ୍କୁ ଅଲୌକିକ ବ୍ୟବସ୍ଥା ଅନୁଭବ କରିବାକୁ ବାଧ୍ୟ କରିଥିଲା। ପରମେଶ୍ୱର ତାଙ୍କର ଯୋଜନା ଏଲୀୟଙ୍କ ନିକଟରେ ପର୍ଯ୍ୟାୟକ୍ରମେ ପ୍ରକାଶ କଲେ। ଏଲୀୟ ପର୍ଯ୍ୟାୟ କ୍ରମେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ପରମେଶ୍ୱର ତାଙ୍କୁ ପରବର୍ତ୍ତୀ ପଦକ୍ଷେପ ଦେଖାଇଲେ ନାହିଁ। *ଠିକ୍ସେହିପରି, ପରମେଶ୍ୱର ଆମକୁ ଯାହା ପ୍ରକାଶ କରିଛନ୍ତି ତାହାକୁ ଆମେ ମାନିବା ଉଚିତ୍ ପୁଣି ପରବର୍ତ୍ତୀ ପଦକ୍ଷେପ ପାଇଁ ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ୍ । ଆସନ୍ତୁ ତାଙ୍କର ସଠିକ୍ ସମୟବିଷୟରେ ଜାଣିବାକୁ ଶିଖିବା।
ପ୍ରଥମ ରାଜା ୧୭:୨-୪ କହେ,ଏଉତ୍ତାରେ ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,…. ତୁମ୍ଭକୁ ଖାଦ୍ୟ ଯୋଗାଇବା ପାଇଁ ଆମ୍ଭେ କାକମାନଙ୍କୁ ଆଜ୍ଞା ଦେଇଅଛୁ ।
ଏଲୀୟଙ୍କ ଯୋଗାଣବ୍ୟବସ୍ଥା "ସେଠାରେ" ନାମକ ଏକ ସ୍ଥାନରେ ତାଙ୍କୁ ଅପେକ୍ଷା କରିଥିଲା। ପରମେଶ୍ୱର ଏଲୀୟ ଯେଉଁଠାରେ ଥିଲେ ପରମେଶ୍ୱର ସେଠାକୁ ବ୍ୟବସ୍ଥା ପଠାଇ ନ ଥିଲେ, ବରଂ ସେ ତାଙ୍କୁ ଯେଉଁଠାରେ ପଠାଉଥିଲେ ସେଠାକୁ ପଠାଇଥିଲେ। ସେହିଭଳି ଈଶ୍ଵର ଆମର ନିର୍ଦ୍ଦିଷ୍ଟ ବାଧ୍ୟତାର ସ୍ଥଳୀରେ ଆମ ସମସ୍ତଙ୍କ ପାଇଁ ଆଶୀର୍ବାଦ ଓ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଆମେ ସମ୍ପୂର୍ଣ୍ଣ ଭାବରେ "ସେଠାରେ" ନାମକ ସ୍ଥାନରେ ଅଛୁ ନା ଅବାଧ୍ୟତା କାରଣରୁ ପରମେଶ୍ୱରଙ୍କ ଯୋଗାଣ ବ୍ୟବସ୍ଥାରୁ ବଞ୍ଚିତ ହେଉଛୁ?
ଆଜି ଆସନ୍ତୁ, "ସେଠାରେ" ନାମକ ଆମର ସ୍ଥାନକୁ ଗ୍ରହଣ କରିବା, ସାହସର ସହ ପରମେଶ୍ୱରଙ୍କ ସତ୍ୟ କହିବା ପୁଣି ଯୋଗାଣ ବ୍ୟବସ୍ଥା ଏବଂ ମାର୍ଗଦର୍ଶନ ପାଇଁ ତାଙ୍କ ଉପରେ ବିଶ୍ୱାସ କରିବା। ଅତୀତର ବିଫଳତା ଦ୍ୱାରା ନିରାଶ ହୁଅନ୍ତୁ ନାହିଁ। ଈଶ୍ଵରଙ୍କ ପ୍ରେମ ଓ ଅନୁଗ୍ରହ ଆମର ଦୁର୍ବଳତା ଠାରୁ ଅଧିକ। ଆପଣ "ସେଠାରେ" ନାମକ ଆପଣଙ୍କ ସ୍ଥାନରେ ପାଦ ରଖିବାକୁ ଏବଂ ଈଶ୍ଵରଙ୍କ ଆଶୀର୍ବାଦର ପୂର୍ଣ୍ଣତା ଅନୁଭବ କରିବାକୁ ପ୍ରସ୍ତୁତ କି?
PRAYER
ପିତା, ଆପଣଙ୍କ ନେତୃତ୍ୱକୁ ଚିହ୍ନିବା ଓ ଏହାକୁ ଅନୁସରଣ କରିବା ପାଇଁ ମୋତେ ସାହାଯ୍ୟ କରନ୍ତୁ। ମୁଁ ମୋର “ସେଠା” ନାମକ ସ୍ଥାନରେ ପଦକ୍ଷେପ ନେଉଛି, ଜାଣି ଯେ ଆପଣ ପ୍ରଦାନ କରିବେ ଓ ମୋ ଜୀବନରେ ଆପଣଙ୍କ ଉଦ୍ଦେଶ୍ୟ ପୂରଣ କରିବେ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
