ଜୀବନ ଏବଂ ଶାନ୍ତି ଦିଗରେ ଯାତ୍ରା
କାରଣ ଯେଉଁମାନେ ଶାରୀରିକମନା, ସେମାନେ ଶାରୀରିକ ବିଷୟରେ ମନୋଯୋଗ କରନ୍ତି, କିନ୍ତୁ ଯେଉଁମାନେ ଆତ୍ମିକମନା, ସେମାନେ ଆତ୍ମିକ ବିଷୟରେ ମନୋଯୋଗ କରନ୍ତି। କାରଣ ଶାରୀରିକ ଭାବ ମୃତ୍ୟୁଜନକ, କିନ୍ତୁ ଆତ୍ମିକ ଭାବ ଜୀବନ ଓ ଶାନ୍ତିଦାୟକ
— ରୋମୀୟ ୮:୫-୬
ଆପଣ ଜାଣନ୍ତି କି ଆପଣ ନିଜର ଭବିଷ୍ୟତ ଜାଣିପାରିବେ ? ହୁଏତ ନିର୍ଦ୍ଦିଷ୍ଟ ଘଟଣା ନୁହେଁ, କିନ୍ତୁ ଆପଣ ବୁଝିପାରିବେ ଯେ ଆପଣ କିପରି ଜୀବନ ଯାପନ କରିବେ ଏବଂ ଜୀବନର ଗୁଣବତ୍ତା ଆପଣ ଅନୁଭବ କରିବେ। ଆତ୍ମ ସମୀକ୍ଷା ପାଇଁ ଏକ ମୁହୂର୍ତ୍ତ ନିଅନ୍ତୁ ଏବଂ ଆଗାମୀ ସପ୍ତାହ, ମାସ ଏବଂ ବର୍ଷ ଗୁଡିକରେ ଆଗକୁ କ'ଣ ହେବ ତାହାର ଏକ ଝଲକ ପ୍ରାପ୍ତ କରନ୍ତୁ ।
ଜୀବନ ଏବଂ ଶାନ୍ତିର ଚାବିକାଠି ହେଉଛି ଆତ୍ମିକ ମନା ହେବା। ଅପର ପକ୍ଷରେ, ଶାରୀରିକ ମନା ହେବା ଦ୍ୱାରା ଆତ୍ମିକ ମୃତ୍ୟୁ ଘଟିଥାଏ । ଯାହା ଆପଣଙ୍କ ଚିନ୍ତାଧାରାକୁ ଆକର୍ଷିତ କରେ ଏବଂ ଆପଣଙ୍କ ଧ୍ୟାନ ଆକର୍ଷଣ କରେ ତାହା ଆପଣଙ୍କ ଜୀବନର ଗତିପଥକୁ ରୂପ ଦିଏ ।ଯେତେବେଳେ ଆମେ ସାଂସାରିକ ବିଷୟ ଉପରେ ଧ୍ୟାନ ଦେଇଥାଉ, ସନ୍ଦେହ ଏବଂ ଭୟକୁ ଆମେ ପୋଷଣ କରିଥାଉ ଏବଂ ଚିନ୍ତାରେ ପଡ଼ିଥାଉ, ଆମେ ମୃତ୍ୟୁକୁ ଆମ ଭବିଷ୍ୟତ ନିମନ୍ତେ ଛାଡି ଦେଇଥାଉ ।
ଏହା ଆଶ୍ଚର୍ଯ୍ୟଜନକ ନୁହେଁ ଯେ ଅନେକ ଖ୍ରୀଷ୍ଟିଆନ ଜୀବନରେ ସଂଘର୍ଷ କରନ୍ତି କାରଣ ମୃତ୍ୟୁ କାର୍ଯ୍ୟରତ।ଏଠାରେ ଉଲ୍ଲେଖ କରାଯାଇଥିବା ମୃତ୍ୟୁ ଦୁର୍ନୀତି, କ୍ଷତି, ବିଫଳତା ଏବଂ ଅସୁସ୍ଥତାକୁ ବୁଝାଏ ଯାହା ଆମକୁ ଚୋରି କରିବା, ହତ୍ୟା କରିବା ଏବଂ ବିନାଶ କରିବାକୁ ଚେଷ୍ଟା କରେ ।
ତେଣୁ, ପାଉଲ ଆମକୁ ଆମର ମନର ନୂତନୀକରଣ କରି ପରିବର୍ତ୍ତନ କରିବାକୁ ଉତ୍ସାହିତ କରନ୍ତି! ଆମ ମନ ସେହି ପଥ ପ୍ରସ୍ତୁତ କରୁଛି ଯାହା ଉପରେ ଆମ ଜୀବନ ଯାତ୍ରା କରିବ । ଫିଲିପ୍ପୀୟ ୪:୮ରେ ଥିବା ଜ୍ଞାନ କୁ ବିଚାର କରନ୍ତୁ: "ଅବଶେଷରେ, ହେ ଭ୍ରାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର ।
TNJPLGR = (True)ସତ୍ୟ, (Noble) ଆଦରଣୀୟ,( Just)ବିଶୁଦ୍ଧ, (Pure)ପ୍ରୀତିଭାଜନ, (Good Report) ସୁଖ୍ୟାତିଯୁକ୍ତ
ଏହା କେବଳ ଏକ ପରାମର୍ଶ ନା ଜୀବନ ଏବଂ ଶାନ୍ତିର ଚାବିକାଠି? ପାଉଲ ବୁଝିପାରିଲେ ଯେ ଚିନ୍ତା ଓ ଭୟରେ ଭର୍ତ୍ତି ହୋଇଥିବା ମନରୁ ଜୀବନ ବାହାରିପାରିବ ନାହିଁ। ସତ୍ୟ,ଆଦରଣୀୟ, ଯଥାର୍ଥ, ବିଶୁଦ୍ଧ, ପ୍ରୀତିଭାଜନ ଓ ସୁଖ୍ୟାତିଯୁକ୍ତର ବାତାବରଣ ଦ୍ଵାରା ହିଁ ଜୀବନ ର ବିକାଶ ହୋଇପାରିବ । ଏହା ଏପରି ଏକ ମନ ବିଷୟରେ କହିଥାଏ ଯିଏ ପରମେଶ୍ୱରଙ୍କ ବାକ୍ୟ ଏବଂ ତାଙ୍କର ପ୍ରତିଜ୍ଞା ଉପରେ ବାସ କରେ, ପ୍ରତ୍ୟେକ ଚିନ୍ତାଧାରାକୁ ବନ୍ଦୀ କରେ ଏବଂ ସର୍ବଦା ଆନନ୍ଦିତ କରେ। ଏହାବ୍ୟତୀତ, ଯେତେବେଳେ ଆମ ମନ ପରମେଶ୍ୱରଙ୍କ ବାକ୍ୟ ଏବଂ ସକାରାତ୍ମକ ଚିନ୍ତାଧାରାରେ ପରିପୂର୍ଣ୍ଣ ହୁଏ, ସେତେବେଳେ ଏହାର ଶାରୀରିକ ପରିଣାମ ମଧ୍ୟ ହୋଇଥାଏ।
ହିତୋପଦେଶ ୪:୨୦-୨୨ ଅନୁଯାୟୀ, ଯେତେବେଳେ ଆମେ ପରମେଶ୍ୱରଙ୍କ ବାକ୍ୟ ପ୍ରତି ଧ୍ୟାନ ଦେଇଥାଉ, ତାହାକୁ ଆମ ହୃଦୟ ମଧ୍ୟରେ ସଞ୍ଚୟ କରି ରଖିଥାଉ ଏବଂ ଆମ ଜୀବନକୁ ମାର୍ଗଦର୍ଶନ କରିବାକୁ ଦେଇଥାଉ, ସେମାନେ ଆମ ପାଇଁ ଜୀବନରେ ପରିଣତ ହୁଅନ୍ତି ଏବଂ ଆମ ଶରୀରକୁ ସ୍ୱାସ୍ଥ୍ୟ ଦିଅନ୍ତି।
ମନେ ରଖନ୍ତୁ, (TNJPLGR) ଟିଏନଜେପିଏଲଜିଆର!
PRAYER
ପିତା, ମୁଁ ମୋର ମନକୁ ଆପଣଙ୍କ ସତ୍ୟ ଉପରେ ଧ୍ୟାନ କରେଁ। ଯେଉଁଥିଗୁଡ଼ିକ ସତ୍ୟ, ଶୁଦ୍ଧ ଓ ପ୍ରଶଂସାନୀୟ, ସେଗୁଡ଼ିକୁ ଧ୍ୟାନ କରିବା ପାଇଁ ମୋତେ ସାହାଯ୍ୟ କରନ୍ତୁ, ଯାହାଦ୍ୱାରା ମୁଁ ଆପଣଙ୍କ ବାଚନ ଶକ୍ତି ମାଧ୍ୟମରେ ଜୀବନ ଓ ଶାନ୍ତିରେ ଚାଲିପାରିବି।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
