ତୁମ ଭିତରେ ଲୁଚି ରହିଥିବା ଶକ୍ତିକୁ ଉନ୍ମୋଚନ କରିବା
ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ଵର ଓ ପିତା ଧନ୍ୟ ହେଉନ୍ତୁ, ସେ ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ଵର୍ଗରେ ଆଶୀର୍ବାଦ କରିଅଛନ୍ତି
— ଏଫିସୀୟ ୧ :୩
ଆପଣ କେବେ ଅନୁଭବ କରନ୍ତି କି ଆପଣଙ୍କର କିଛି ଅଭାବ ଅଛି? ଯେମିତି ଆପଣ ଈଶ୍ଵରଙ୍କ ଠାରୁ ସାମର୍ଥ୍ୟ , ଶକ୍ତି କିମ୍ବା ଆଶୀର୍ବାଦ ଖୋଜୁଛନ୍ତି? ସତ କଥା ହେଉଛି, ଜଣେ ବିଶ୍ୱାସୀ ଭାବରେ, ଆପଣଙ୍କୁ ଯାହା ଦରକାର ତାହା ଆପଣଙ୍କ ଭିତରେ ଅଛି । ହଁ, ଆପଣ ଠିକ୍ ପଢିଛନ୍ତି! ପରମେଶ୍ୱର ଆମକୁ ଖ୍ରୀଷ୍ଟଙ୍କ ଠାରେ ସମସ୍ତ ଆଧ୍ୟାତ୍ମିକ ଆଶୀର୍ବାଦ ପ୍ରଦାନ କରିସାରିଛନ୍ତି। ଈଶ୍ଵରଙ୍କୁ ଅଧିକ ମାଗିବା କଥା ନୁହେଁ; ଏହା ହେଉଛି ସେ ଆମକୁ କ'ଣ ଦେଇସାରିଛନ୍ତି ତାହା ଅନୁଭବ କରିବା ବିଷୟରେ ।
ଆପଣ କେବେ ଚିନ୍ତା କରିଛନ୍ତି କି ଆହ୍ୱାନକୁ ଅତିକ୍ରମ କରିବାର ସେହି ଶକ୍ତି କେଉଁଠୁ ଆସିଥାଏ? ଏହା କୌଣସି ଦୂର ଶକ୍ତି କିମ୍ବା ବାହ୍ୟ ସ୍ୱିଚ୍ ନୁହେଁ ଯାହାକୁ ଅନ୍ କରିବା ଆବଶ୍ୟକ । ଯୀଶୁ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଦ୍ଧାର କରିଥିବା ସମାନ ଶକ୍ତି ଆପଣଙ୍କ ମଧ୍ୟରେ ବାସ କରେ। (ରୋମୀୟ ୬:୧୦-୧୧) ଅସମ୍ଭବକୁ କରିବା, ମହାନ ବିଷୟ ହାସଲ କରିବା ଏବଂ ବିଜୟୀ ଜୀବନ ଯାପନ କରିବାର ଶକ୍ତି ଆପଣଙ୍କ ପାଖରେ ଅଛି ।
ତେବେ ଆମେ କାହିଁକି ଏହି ଶକ୍ତିର ଅନୁଭବ କରୁନାହୁଁ? ଏହାର କାରଣ ନୁହେଁ ଯେ ଈଶ୍ଵର ଏହା ଆମକୁ ଦେଇନାହାଁନ୍ତି । ସେ ତାଙ୍କ ଅନୁଗ୍ରହ ଦ୍ଵାରା ଆମକୁ ଏହା ପ୍ରଦାନ କରିସାରିଛନ୍ତି। ସମସ୍ୟାଟି ଆମର ନିଜ ବିଶ୍ୱାସ ଓ କାର୍ଯ୍ୟରେ ରହିଛି । ଆମକୁ ପରିବର୍ତ୍ତନ କରିବାକୁ ହେବ, ବିଶ୍ୱାସରେ ପହଞ୍ଚିବାକୁ ହେବ ଏବଂ ପରମେଶ୍ୱର ଆମ ମଧ୍ୟରେ ରଖିଥିବା ଶକ୍ତିକୁ ଉନ୍ମୋଚନ କରିବାକୁ ପଡିବ ।
ଆମ ମଧ୍ୟରୁ ଅଧିକାଂଶ ପରମେଶ୍ୱରଙ୍କୁ ଆରୋଗ୍ୟ, ଆନନ୍ଦ ଏବଂ ଶାନ୍ତି ଭଳି ବିଷୟ ମାଗିଥାଉ ,ଯଦିଓ ବାଇବଲ ଆମକୁ ଆଶ୍ୱାସନା ଦିଏ ଯେ ଆମ ପାଖରେ ଏହି ଦାନ ଗୁଡ଼ିକ ପୂର୍ବରୁ ଉପଲବ୍ଧ । ପରମେଶ୍ୱର ଆମ ପାଇଁ କ'ଣ କରିସାରିଛନ୍ତି ତାହାର ବାସ୍ତବତା ରେ ବଞ୍ଚିବା ଆରମ୍ଭ କରିବାର ସମୟ ଆସିଛି । ସେ ଆକାଶ ଉନ୍ମୁକ୍ତ କରି ଯୀଶୁଙ୍କ ମାଧ୍ୟମରେ ତାଙ୍କର ପ୍ରେମ ପ୍ରୟୋଗ କରିଛନ୍ତି।
ସନ୍ଦେହ ଓ ଅବିଶ୍ୱାସକୁ ଛାଡି ଦିଅନ୍ତୁ । ସତ୍ୟକୁ ଗ୍ରହଣ କରନ୍ତୁ ଯେ ଆପଣ ପୂର୍ବରୁ ଆପଣଙ୍କ ର ଆବଶ୍ୟକୀୟ ସମସ୍ତ ବିଷୟରେ ସଜ୍ଜିତ ହୋଇସାରିଛନ୍ତି । ବିଶ୍ୱାସରେ ବାହାରକୁ ଯାଆନ୍ତୁ, ଈଶ୍ଵରଙ୍କ ଶକ୍ତିରେ ଆତ୍ମବିଶ୍ୱାସର ସହ ଚାଲନ୍ତୁ ଏବଂ ଆପଣଙ୍କ ଜୀବନରେ ଆଶ୍ଚର୍ଯ୍ୟ ବିଷୟମାନ ଘଟୁଥିବା ଦେଖନ୍ତୁ। ଶକ୍ତି ଆପଣଙ୍କ ମଧ୍ୟରେ ମହଜୁଦ ଅଛି, ଆଉ ଉନ୍ମୋଚିତ ହେବାକୁ ଅପେକ୍ଷା କରିଛି । ଆପଣ ଶକ୍ତିହୀନ କିମ୍ବା ଅଭାବୀ ନୁହଁ । ଆପଣ ଈଶ୍ଵରଙ୍କ ଶକ୍ତି ଏବଂ ଆଶୀର୍ବାଦର ପାତ୍ର ।
PRAYER
ହେ ପିତା, ଖ୍ରୀଷ୍ଟ ମଧ୍ୟରେ ମୋତେ ଦିଆଯାଇଥିବା ସମସ୍ତ ଆତ୍ମିକ ଆଶୀର୍ବାଦ ପାଇଁ ଧନ୍ୟବାଦ। ଆପଣଙ୍କ ଦ୍ୱାରା ମୋ ଭିତରେ ରଖାଯାଇଥିବା ଶକ୍ତିରେ ଚାଲିବାକୁ ମୋତେ ସାହାଯ୍ୟ କରନ୍ତୁ। ମୁଁ ଭିଶ୍ୱାସ କରେଁ, ଶକ୍ତିକୁ ସକ୍ରିୟ କରେଁ ଓ ଆପଣ ଦେଇଥିବା ଜୟରେ ଜୀବନ ଯାପନ କରେଁ। ଆମେନ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
