ଈଶ୍ଵରଙ୍କ ଯୋଗାଣବ୍ୟବସ୍ଥା ଉପରେ ବିଶ୍ୱାସ କରିବା
ଯେ ଆପଣା ପୁତ୍ରଙ୍କୁ ସୁଦ୍ଧା ରକ୍ଷା କଲେ ନାହିଁ, ମାତ୍ର ଆମ୍ଭ ସମସ୍ତଙ୍କ ନିମନ୍ତେ ତାହାଙ୍କୁ ସମର୍ପଣ କଲେ, ସେ କିପରି ତାହାଙ୍କ ସହିତ ମଧ୍ୟ ସମସ୍ତ ବିଷୟ ଆମ୍ଭମାନଙ୍କୁ ଅନୁଗ୍ରହରେ ଦାନ ନ କରିବେ ?
— ରୋମୀୟ ୮:୩୨
ଆପଣ କେବେ ଅନୁଭବ କରନ୍ତି କି ଆପଣଙ୍କ ପାଖରେ ଯଥେଷ୍ଟ ନାହିଁ? ଆପଣଙ୍କ ଇଚ୍ଛା ଏବଂ ଦାୟିତ୍ୱ ପୂରଣ କରିବା ପାଇଁ ଆପଣଙ୍କୁ ଅଧିକ ଅର୍ଥ , ଅଧିକ ସମୟ କିମ୍ବା ଅଧିକ ସମ୍ବଳ ଆବଶ୍ୟକ ହୋଇପାରେ । ଆପଣଙ୍କ ପାଖରେ ଯାହା ନାହିଁ ତାହା ଉପରେ ଅଧିକ ଧ୍ୟାନ ଦେଇ ଅଭାବର ମାନସିକତାରେ ଛନ୍ଦି ହୋଇଯିବା ସହଜ । କିନ୍ତୁ ପରମେଶ୍ୱରଙ୍କ ସନ୍ତାନ ଭାବରେ ଆପଣ ତାଙ୍କର ଜ୍ଞାନ, ଅନୁଗ୍ରହ, ସାମର୍ଥ୍ୟ, ଶକ୍ତି ଏବଂ ସୃଜନଶୀଳତାର ପ୍ରଚୁରତା ହାସଲ କରିଛନ୍ତି ।
ରୋମୀୟ ୮:୧୬-୧୭ କହେ , "ଆତ୍ମା ନିଜେ ଆମର ଆତ୍ମା ସହିତ ସାକ୍ଷ୍ୟ ଦିଅନ୍ତି ଯେ ଆମେ ପରମେଶ୍ୱରଙ୍କ ସନ୍ତାନ। ବର୍ତ୍ତମାନ ଯଦି ଆମେ ସନ୍ତାନ, ତେବେ ଆମେ ପରମେଶ୍ୱରଙ୍କ ଉତ୍ତରାଧିକାରୀ ଏବଂ ଖ୍ରୀଷ୍ଟଙ୍କ ସହ ସହ-ଉତ୍ତରାଧିକାରୀ। ଅର୍ଥାତ୍ ପରମେଶ୍ୱରଙ୍କର ଯାହା କିଛି ଅଛି ତାହା ତାଙ୍କର ସନ୍ତାନ ଭାବରେ ଆମ ପାଇଁ ମଧ୍ୟ ଉପଲବ୍ଧ ।
ଏଫିସୀୟ ୧:୩ ଆମକୁ କହେ ଯେ ପରମେଶ୍ୱର " ଖ୍ରୀଷ୍ଟଙ୍କଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ଵର୍ଗରେ ଆଶୀର୍ବାଦ କରିଅଛନ୍ତି । ଏବଂ ୨ ପିତର୧:୩ କହେ ଯେ, " ଯେ ଆପଣା ଗୌରବ ଓ ସଦ୍ଗୁଣରେ ଆମ୍ଭମାନଙ୍କୁ ଆହ୍ଵାନ କରିଅଛନ୍ତି, ତାହାଙ୍କ ବିଷୟକ ଜ୍ଞାନ ଦ୍ଵାରା ତାହାଙ୍କ ଐଶ୍ଵରିକ ଶକ୍ତି ଆମ୍ଭମାନଙ୍କୁ ଜୀବନ ଓ ଧର୍ମପରାୟଣତା ନିମନ୍ତେ ସମସ୍ତ ଆବଶ୍ୟକୀୟ ବିଷୟ ଦାନ କରିଅଛି ।
ତେଣୁ ଯେତେବେଳେ ଆମେ ଅନୁଭବ କରୁ ଯେ ଆମର ଅଭାବ ଅଛି ସେତେବେଳେ ଆମେ କ'ଣ କରିବା ଉଚିତ୍? ସମସ୍ୟା ଉପରେ ଧ୍ୟାନ ଦେବା ପରିବର୍ତ୍ତେ, ଆମେ ଜଣେ ମହାନ ଈଶ୍ଵରଙ୍କ ଉପରେ ଦୃଷ୍ଟିପାତ କରିବାକୁ ବାଛିପାରିବା ଯିଏ କି ଆମ ପାଇଁ ପ୍ରଚୁର ପରିମାଣରେ ପ୍ରଦାନ କରିବାକୁ ସକ୍ଷମ ଅଟନ୍ତି । ମାଥିଉ ୭:୧୧ କହେ , " ଏଣୁ ତୁମ୍ଭେମାନେ ଦୁଷ୍ଟ ହେଲେ ସୁଦ୍ଧା ଯେବେ ଆପଣା ଆପଣା ପିଲାମାନଙ୍କୁ ଉତ୍ତମ ଉତ୍ତମ ଦାନ ଦେଇ ଜାଣ, ତେବେ ତୁମ୍ଭମାନଙ୍କର ସ୍ଵର୍ଗସ୍ଥ ପିତା ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ଉତ୍ତମ ଉତ୍ତମ ବିଷୟ ନ ଦେବେ !"
ଆସନ୍ତୁ, ପରମେଶ୍ୱରଙ୍କ ପ୍ରଚୁରତା ଉପରେ ବିଶ୍ୱାସ କରିବା ଏବଂ ଆମକୁ ଯାହା ଦରକାର ତାହା ତାଙ୍କୁ ପଚାରିବା। ସେ ଜଣେ ସ୍ନେହୀ ପିତା ଯିଏ କି ଆପଣା ସନ୍ତାନମାନଙ୍କୁ ଉତ୍ତମ ଦାନ ଦେବାରେ ଆନନ୍ଦ କରନ୍ତି । ସେ ‘ଏଲ୍ ଚିପୋ’(ସଦା କୃପଣ) ନୁହଁନ୍ତି, ମାତ୍ର ସେ ଏଲ୍ ଶାଦାଇ(ସର୍ବ ଶକ୍ତିମାନ )ଅଟନ୍ତି । ଯେତେବେଳେ ଆମେ ତାଙ୍କ ଉଦାରତା ଏବଂ ଯୋଗାଣ ବ୍ୟବସ୍ଥା ଉପରେ ଧ୍ୟାନ ଦେବା, ଆମେ ଅଭାବର ମାନସିକତାରୁ ମୁକ୍ତି ଅନୁଭବ କରିବା ଏବଂ ଆମ ପାଇଁ ତାଙ୍କ ପାଖରେ ଥିବା ପ୍ରଚୁରତା ମଧ୍ୟରେ ଗମନ କରିବା ।
PRAYER
ପିତା, ଧନ୍ୟବାଦ ଯେ ଆପଣ ମୋର ପ୍ରଚୁର ପ୍ରଦାନକାରୀ ଅଟନ୍ତି। ମୁଁ ବିଶ୍ୱାସ କରେଁ ଯେ ଯୀଶୁ ମାଧ୍ୟମରେ ଆପଣ ମୋର ସମସ୍ତ ଆବଶ୍ୟକତା ପୂରଣ କରନ୍ତି, ଏବଂ ମୁଁ ଅଭାବରୁ ନୁହେଁ, ଆପଣଙ୍କ ପ୍ରଚୁରତାରୁ ବଞ୍ଚିବାକୁ ବିକଳ୍ପ କରେଁ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
