ଆତ୍ମା, ପ୍ରାଣ ଏବଂ ହୃଦୟ ମଧ୍ୟରେ ସମନ୍ୱୟ
ଉତ୍ତମ ଲୋକ ଉତ୍ତମ ଭଣ୍ତାରରୁ ଉତ୍ତମ ପଦାର୍ଥ ବାହାର କରେ, ପୁଣି ମନ୍ଦ ଲୋକ ମନ୍ଦ ଭଣ୍ତାରରୁ ମନ୍ଦ ପଦାର୍ଥ ବାହାର କରେ
— ମାଥିଉ ୧୨:୩୫
ଆପଣ କେବେ ଭାବୁଛନ୍ତି କି ଖ୍ରୀଷ୍ଟିଆନ ଭାବରେ ମଧ୍ୟ ଆମେ କାହିଁକି ଗର୍ବ କିମ୍ବା ମୁର୍ଖତା ଭଳି ବିଷୟ ସହିତ ସଂଘର୍ଷ କରୁ? ଯୀଶୁ ସ୍ପଷ୍ଟ କରି କହିଛନ୍ତି ଯେ ଏହି ସବୁ ସମସ୍ୟା ଆମ ହୃଦୟରୁ ଉତ୍ପନ୍ନ ହୋଇଥାଏ ।
କିନ୍ତୁ ପ୍ରକୃତରେ ହୃଦୟ କ'ଣ? ବାଇବଲରେ ହୃଦୟ ଆମର ଆତ୍ମା ଠାରୁ ଆହୁରି ଅଧିକ । ଏହା ମଧ୍ୟ ଆମର ଆତ୍ମା- ଆମର ଚିନ୍ତାଧାରା, ଭାବନା ଏବଂ ଇଚ୍ଛାଶକ୍ତିର କେନ୍ଦ୍ର।
ଏବ୍ରୀ ୪:୧୨ ଆମକୁ କହେ ଯେ, ପରମେଶ୍ୱରଙ୍କ ବାକ୍ୟ ହୃଦୟ ଓ ଆତ୍ମାକୁ ପୃଥକ ଭାବରେ ହୃଦୟର ଚିନ୍ତାଧାରା ଏବଂ ଉଦ୍ଦେଶ୍ୟକୁ ବୁଝିପାରେ । ଏହାର ଅର୍ଥ ହେଉଛି ଆମର ହୃଦୟ ଆମର ସମଗ୍ର ଆଭ୍ୟନ୍ତରୀଣ ଅସ୍ତିତ୍ୱକୁ ଅନ୍ତର୍ଭୁକ୍ତ କରେ - ଆମର ଆତ୍ମା ଏବଂ ଆମର ପ୍ରାଣ । ତେଣୁ, ଯେତେବେଳେ ବାଇବଲ ଆମକୁ ଆମର ସମସ୍ତ ହୃଦୟରେ ବିଶ୍ୱାସ କରିବାକୁ(ପ୍ରେରିତ ୮:୩୭) ଏବଂ ହୃଦୟର ଏକତା ସହିତ ସେବା କରିବାକୁ କହେ (କଲସୀୟ ୩:୨୨), ଏହା ଆମର ସମଗ୍ର ଆଭ୍ୟନ୍ତରୀଣ ବ୍ୟକ୍ତି ବିଷୟରେ କହିଥାଏ ।
ଆପଣ ଲକ୍ଷ୍ୟ କରିଛନ୍ତି କି ଯେ,ଆପଣଙ୍କ ପୁନର୍ଜନ୍ମ ପ୍ରାପ୍ତଆତ୍ମା ପାପର ଉତ୍ସ ନୁହେଁ? ଆମର ସଂଘର୍ଷ ଆତ୍ମାରୁ ଆସିଥାଏ- ଆମର ସେହି ଅଂଶ ଯେଉଁଥିରେ ଆମର ମନ, ଇଚ୍ଛା ଏବଂ ଭାବନା ଅନ୍ତର୍ଭୁକ୍ତ । ପରିତ୍ରାଣ ନିମନ୍ତେଆମର ଆତ୍ମା ନୂତନୀକରଣ ହୋଇଥାଏ, କିନ୍ତୁ ପରମେଶ୍ୱରଙ୍କ ବାକ୍ୟ ମାଧ୍ୟମରେ ଆମର ଆତ୍ମାର ନିରନ୍ତର ନୂତନୀକରଣ ଆବଶ୍ୟକ। ଯାକୁବ ୪:୮ ଆମ୍ଭମାନଙ୍କୁ ଚେତାବନୀ ଦିଏ ଯେ, ଆମ ହୃଦୟରେ ଦୁଇଟି ମନ କିମ୍ବା ଚିନ୍ତାଧାରା ଥାଇପାରେ। ସେଥିପାଇଁ ଆମ ମନକୁ ଶାସ୍ତ୍ର ରେ ନୂତନୀକରଣ କରିବା ଅତ୍ୟନ୍ତ ଜରୁରୀ ଅଟେ । ଏହା ହେଉଛି ପରମେଶ୍ୱରଙ୍କ ସତ୍ୟ ସହିତ ଆମର ଚିନ୍ତାଧାରାକୁ ଯୋଡ଼ିବା ବିଷୟରେ ।
ହୃଦୟର ଏହି ଏକତାକୁ ଆମେ କିପରି ହାସଲ କରିପାରିବା? ପରମେଶ୍ୱରଙ୍କ ଶାନ୍ତି ଆମ ହୃଦୟକୁ ରକ୍ଷା କରିବାକୁ ଦେବା ଦ୍ୱାରା (ଫିଲିପ୍ପୀୟ ୪:୭)। ଯେତେବେଳେ ଆମେ ଯୀଶୁଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଥାଉ ଏବଂ ତାଙ୍କ ଶାନ୍ତିକୁ ରାଜତ୍ଵକରିବାକୁ ଅନୁମତି ଦେଇଥାଉ, ସେତେବେଳେ ଆମର ହୃଦୟ- ଆତ୍ମା ଏବଂ ପ୍ରାଣ - ସମ୍ପୂର୍ଣ୍ଣ ସମନ୍ଵୟରେ ରଖାଯାଏ। ଏହି ଏକତା ଆମ ମଧ୍ୟରେ ଥିବା ଭଣ୍ଡାରରୁ ଉତ୍ତମ ବିଷୟ ବାହାରିଥାଏ ।
ମନେରଖନ୍ତୁ, ଆମେ ଯେଉଁ ପରିବର୍ତ୍ତନ ଚାହୁଁ ତାହା ହୃଦୟରୁ ଆରମ୍ଭ ହୋଇଥାଏ। ପରମେଶ୍ୱରଙ୍କ ବାକ୍ୟ ଆପଣଙ୍କମନକୁ ନୂତନୀକରଣ କରୁଏବଂ ତାଙ୍କର ଶାନ୍ତି ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆପଣଙ୍କ ହୃଦୟକୁ ବିଶ୍ରାମ ଦେଉ ।
PRAYER
ପ୍ରଭୁ, ମୋତେ ନୂତନ ଆତ୍ମା ଦେବା ପାଇଁ ଧନ୍ୟବାଦ। ଦୟାକରି ଆପଣଙ୍କ ବାଣୀ ଦ୍ୱାରା ମୋର ଆତ୍ମାକୁ ପ୍ରତିଦିନ ନବୀନ କରିବାରେ ସାହାଯ୍ୟ କରନ୍ତୁ। ଆପଣଙ୍କ ସାନ୍ତି ମୋର ହୃଦୟର ରକ୍ଷା କରୁ, ଏବଂ ମୋର ଆତ୍ମା ଓ ମନ ମଧ୍ୟରେ ସମନ୍ୱୟ ନେଇଆସୁ, ଯାହା ଦ୍ୱାରା ମୋ ଭିତରୁ କେବଳ ଭଲ ପ୍ରକାଶିତ ହେଉ। ଆମେନ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
