ପରମେଶ୍ୱର ପ୍ରାର୍ଥନାର ଉତ୍ତର ଦେବାକୁ ଇଚ୍ଛୁକ
ତେବେ ଈଶ୍ଵରଙ୍କର ଯେଉଁ ମନୋନୀତ ଲୋକମାନେ ଦିବାରାତ୍ର ତାହାଙ୍କୁ ଡାକୁଥାଆନ୍ତି, ସେ କି ସେମାନଙ୍କ ପ୍ରତି କୃତ ଅନ୍ୟାୟର ପ୍ରତିକାର କରିବେ ନାହିଁ, ଯଦ୍ୟପି ସେ ସେମାନଙ୍କ ଶତ୍ରୁମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି?
— ଲୂକ ୧୮:୭
ଆପଣ କେବେ କିଛି ପାଇଁ ପ୍ରାର୍ଥନା କରିଛନ୍ତି କି ଏବଂ ଅନୁଭବ କରିଛନ୍ତି ଯେ ଈଶ୍ଵର ଆପଣଙ୍କ କଥା ଶୁଣି ନାହାନ୍ତି ? କିମ୍ବା ହୁଏତ ଆପଣ ସନ୍ଦେହ କରୁଥିବେ ଯେ ଈଶ୍ଵର ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେବେ ? ଯେତେବେଳେ ଆମେ ତୁରନ୍ତ ଫଳାଫଳ ଦେଖୁନାହୁଁ ସେତେବେଳେ ନିରାଶ ଅନୁଭବ କରିବା ସହଜ ଅଟେ, କିନ୍ତୁ ଯୀଶୁ ଆମକୁ ଜଣାଇଦେବାକୁ ଚାହାଁନ୍ତି ଯେ, ଆମର ସ୍ଵର୍ଗୀୟ ପିତା ଆମର ପ୍ରାର୍ଥନା ଶୁଣନ୍ତି ଏବଂ ତାହାର ଉତ୍ତର ଦେବାକୁ ଇଚ୍ଛୁକ ଅଟନ୍ତି ।
ଲୂକ ୧୮:୧-୮ରେ ଯୀଶୁ ଜଣେ ବିଧବାଙ୍କ ବିଷୟରେ ଏକ କାହାଣୀ କହିଥିଲେ, ଯିଏ ଜଣେ ଅନ୍ୟାୟ ବିଚାରକର୍ତ୍ତାଙ୍କୁ ତାଙ୍କ ବିବାଦୀର ପ୍ରତିକାର କରିବାକୁ ବିନତି କରିଥିଲା । ପ୍ରଥମେ ବିଚାରକର୍ତ୍ତା ତାକୁ ସାହାଯ୍ୟ କରିବାକୁ ଚାହୁଁ ନ ଥିଲେ, କିନ୍ତୁ ଶେଷରେ ସେ ତାଙ୍କୁ ବାରମ୍ବାର ବିନତି କରିବାରୁ ହାର ମାନିଥିଲେ ।
କିନ୍ତୁ ଯୀଶୁ କହୁନାହାଁନ୍ତି ଯେ ଆମେ ଯାହା ଚାହୁଁ, ତାହା ଆମକୁ ଦେବା ପାଇଁ ପରମେଶ୍ୱରଙ୍କୁ ବାଧ୍ୟ କରିବା ଆବଶ୍ୟକ। ସେ ଅନ୍ୟାୟ ବିଚାରକର୍ତ୍ତା ଏବଂ ସ୍ୱର୍ଗରେ ଆମର ସ୍ନେହୀ ପିତାଙ୍କୁ ତୁଳନା କରୁଛନ୍ତି । ଈଶ୍ଵର ବିଚାରକର୍ତ୍ତାଙ୍କ ପରି ନୁହଁନ୍ତି ଯିଏ ସାହାଯ୍ୟ କରିବାକୁ ଅନିଚ୍ଛା ପ୍ରକାଶ କରନ୍ତି । ବରଂ ସେ ଜଣେ ନ୍ୟାୟସମ୍ପନ୍ନ ବିଚାରକର୍ତ୍ତା ଯିଏ କି ତାଙ୍କ ନିର୍ବାଚିତ ବ୍ୟକ୍ତିଙ୍କର ଶୀଘ୍ର ପ୍ରତିକାର କରନ୍ତି ।
ଯୀଶୁ ମଧ୍ୟ ଆମକୁ ସ୍ମରଣ କରାଇ ଦିଅନ୍ତି ଯେ, ତାଙ୍କ ଭିତରେ ଜଣେ ମଧ୍ୟସ୍ଥି ଅଛନ୍ତି, ଯିଏ ସର୍ବଦା ଆମ ପାଇଁ ମଧ୍ୟସ୍ଥତା କରନ୍ତି । ତଥାପି, ଶୟତାନ ସର୍ବଦା ଆମ ପ୍ରାର୍ଥନାର ଉତ୍ତର ଦେବାକୁ ପରମେଶ୍ୱରଙ୍କ ଇଚ୍ଛା ବିଷୟରେ ଆମକୁ ଧୋକା ଦେବାକୁ ଚେଷ୍ଟା କରେ । ଆମର ବିନତି ଈଶ୍ଵର କୌଣସି ପ୍ରକାରେ ଗ୍ରହଣ କରିବେ ନାହିଁ ବୋଲି ଭାବି ଆମେ ସନ୍ଦେହ କରିବା ଏବଂ ହାର ମାନିବା ଆରମ୍ଭ କରିପାରିବା ।
କିନ୍ତୁ ସତ୍ୟ ହେଉଛି ଯେ ପରମେଶ୍ୱର ବିଶ୍ୱସ୍ତ ଅଟନ୍ତି, ଏବଂ ଆମେ ତାଙ୍କ ଉପରେ ବିଶ୍ୱାସ କରିପାରିବା ଯେ ସେ ସର୍ବଦା ଆମ ସପକ୍ଷରେ ଥାଆନ୍ତି । ଈଶ୍ଵର ଆମର କ୍ରନ୍ଦନ ଶୁଣନ୍ତି ଏବଂ ଆମକୁ ସାହାଯ୍ୟ କରିବେ ବୋଲି ଜାଣି ଆମକୁ ଆତ୍ମବିଶ୍ୱାସ ଏବଂ ସଂକଳ୍ପ ଆବଶ୍ୟକ ।
ଆସନ୍ତୁ, ପରମେଶ୍ୱରଙ୍କ ଇଚ୍ଛା ଉପରେ ବିଶ୍ୱାସ କରିବା ଯେ ସେ ଆମର ବିନତି ଗୁଡିକର ଉତ୍ତର ଦିଅନ୍ତି ଏବଂ ଆମର ଆବଶ୍ୟକତା ଏବଂ ଇଚ୍ଛା ସହିତ ତାଙ୍କ ନିକଟକୁ ଆସିବା ଜାରି ରଖିବା । ଫିଲିପ୍ପୀୟ ୪:୬ରେ କୁହାଯାଇଛି, " କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ଵାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନସବୁ ଈଶ୍ଵରଙ୍କ ନିକଟରେ ଜଣାଅ ।
PRAYER
ପିତା, ଧନ୍ୟବାଦ ଯେ ଆପଣ ସଦା ମୋର ପ୍ରାର୍ଥନାର ଉତ୍ତର ଦେବାକୁ ପ୍ରସ୍ତୁତ ଅଛନ୍ତି। ମୁଁ ଆପଣଙ୍କ ପ୍ରେମରେ ଭରସା କରେଁ ଓ ନିର୍ଭୟତା ଏବଂ କୃତଜ୍ଞତା ସହିତ ପ୍ରାର୍ଥନା କରେଁ।
Amen
Need prayer?
Our prayer team is here to pray for you and believe with you in faith.
Ask Premasis
Need more clarification, or have a question about today's devotion? Ask Premasis directly.
Ask Premasis
